Skip to main content

Skill Development & Technical Education Department ଓଡ଼ିଶା ସରକାର

ସର୍ତ୍ତାବଳୀ

Content Not Available

ଏହି ୱେବସାଇଟ୍ ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ଦ୍ୱାରା ପରିକଳ୍ପିତ, ବିକଶିତ ଏବଂ ପରିଚାଳିତ। ଯଦିଓ ଏହି ୱେବସାଇଟ୍‌ରେ ଥିବା ବିଷୟବସ୍ତୁର ସଠିକତା ଏବଂ ପ୍ରାସଙ୍ଗିକତା ନିଶ୍ଚିତ କରିବା ପାଇଁ ସମସ୍ତ ପ୍ରୟାସ କରାଯାଇଛି, ତଥାପି ଏହାକୁ ଆଇନଗତ ବିବୃତି ଭାବରେ ଗ୍ରହଣ କରାଯିବା ଉଚିତ୍ ନୁହେଁ କିମ୍ବା କୌଣସି ଆଇନଗତ ଉଦ୍ଦେଶ୍ୟରେ ବ୍ୟବହାର କରାଯିବା ଉଚିତ୍ ନୁହେଁ। କୌଣସି ଅସ୍ପଷ୍ଟତା କିମ୍ବା ସନ୍ଦେହ କ୍ଷେତ୍ରରେ, ବ୍ୟବହାରକାରୀଙ୍କୁ ସମ୍ବନ୍ଧିତ ମନ୍ତ୍ରଣାଳୟ ଏବଂ/କିମ୍ବା ଅନ୍ୟାନ୍ୟ ଉତ୍ସ ସହିତ ଯାଞ୍ଚ କରିବାକୁ ଏବଂ ଉପଯୁକ୍ତ ବୃତ୍ତିଗତ ପରାମର୍ଶ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଉଛି।

ଏହି ୱେବସାଇଟ୍‌ର ବ୍ୟବହାର କିମ୍ବା ଡାଟାର ବ୍ୟବହାର ଜନିତ ଅସୁବିଧା କାରଣରୁ ଉପୁଜିଥିବା କୌଣସି ବି ଖର୍ଚ୍ଚ, କ୍ଷତି କିମ୍ବା ହାନି, ଯେଉଁଥିରେ ପରୋକ୍ଷ କିମ୍ବା ପରିଣାମସ୍ୱରୂପ ହେଉଥିବା କ୍ଷତି ମଧ୍ୟ ଅନ୍ତର୍ଭୁକ୍ତ, ସେଥିପାଇଁ ଏହି ମନ୍ତ୍ରଣାଳୟ କୌଣସି ପରିସ୍ଥିତିରେ ବି ଦାୟୀ ରହିବେ ନାହିଁ।

ଏହି ନିୟମ ଓ ସର୍ତ୍ତାବଳୀ ଭାରତୀୟ ଆଇନ ଅନୁଯାୟୀ ପରିଚାଳିତ ଏବଂ ବ୍ୟାଖ୍ୟା କରାଯିବ। ଏହି ନିୟମ ଓ ସର୍ତ୍ତାବଳୀ ଅଧୀନରେ ଉପୁଜିଥିବା ଯେକୌଣସି ବିବାଦ ଭାରତୀୟ ଅଦାଲତର କ୍ଷେତ୍ରାଧିକାର ଅଧୀନରେ ରହିବ।

ଏହି ୱେବସାଇଟ୍‌ରେ ଦିଆଯାଇଥିବା ସୂଚନାଗୁଡ଼ିକରେ କୌଣସି ବେସରକାରୀ କିମ୍ବା ଘରୋଇ ସଂସ୍ଥା ଦ୍ୱାରା ପ୍ରସ୍ତୁତ ଏବଂ ପରିଚାଳିତ ସୂଚନାର ହାଇପରଟେକ୍ସଟ୍ ଲିଙ୍କ୍ କିମ୍ବା ପଏଣ୍ଟର୍ସ ରହିଥାଇପାରେ। ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ, ଓଡ଼ିଶା ସରକାର କେବଳ ଆପଣଙ୍କ ସୂଚନା ଏବଂ ସୁବିଧା ପାଇଁ ଏହି ଲିଙ୍କ୍ ଏବଂ ପଏଣ୍ଟର୍ସଗୁଡ଼ିକ ପ୍ରଦାନ କରୁଛନ୍ତି। ଯେତେବେଳେ ଆପଣ କୌଣସି ବାହ୍ୟ ୱେବସାଇଟ୍‌ର ଲିଙ୍କ୍ ଚୟନ କରନ୍ତି, ଆପଣ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର ୱେବସାଇଟ୍ ଛାଡ଼ି ସେହି ବାହ୍ୟ ୱେବସାଇଟ୍‌ର ମାଲିକ କିମ୍ବା ପ୍ରାୟୋଜକଙ୍କ ଗୋପନୀୟତା ଏବଂ ସୁରକ୍ଷା ନୀତି ଅଧୀନକୁ ଚାଲିଯାଆନ୍ତି।

ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ଏଭଳି ସଂଯୁକ୍ତ ପୃଷ୍ଠାଗୁଡ଼ିକର ସବୁ ସମୟରେ ଉପଲବ୍ଧତା ପାଇଁ କୌଣସି ଗ୍ୟାରେଣ୍ଟି ଦିଅନ୍ତି ନାହିଁ।

ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ, ସଂଯୁକ୍ତ ୱେବସାଇଟଗୁଡ଼ିକରେ ଥିବା କପିରାଇଟ୍ ସାମଗ୍ରୀର ବ୍ୟବହାର ପାଇଁ ଅନୁମତି ଦେଇପାରିବେ ନାହିଁ। ବ୍ୟବହାରକାରୀଙ୍କୁ ସେହି ସଂଯୁକ୍ତ ୱେବସାଇଟର ମାଲିକଙ୍କ ଠାରୁ ଏଭଳି ଅନୁମତି ପାଇଁ ଅନୁରୋଧ କରିବାକୁ ପରାମର୍ଶ ଦିଆଯାଇଛି।

ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ, ସଂଯୁକ୍ତ (linked) ୱେବସାଇଟଗୁଡ଼ିକ ଭାରତ ସରକାରଙ୍କ ୱେବ୍ ନିର୍ଦ୍ଦେଶାବଳୀ ଅନୁସରଣ କରୁଥିବା ନେଇ କୌଣସି ଗ୍ୟାରେଣ୍ଟି ଦିଅନ୍ତି ନାହିଁ।